ls

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ : କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଚଳିବାକୁ ପରାମର୍ଶ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣା କୋଭିଡ୍‌ ବୁଲେଟିନ୍‌ ପ୍ରଦାନ କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ସଂକ୍ରମଣ ଓଡ଼ିଶାରେ କମିବାରେ ଲାଗିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଅନେକ ମାତ୍ରାରେ ସଂକ୍ରମଣ କମିଛି । କିନ୍ତୁ ଦେଶରେ ତଥା କେରଳ, କର୍ଣ୍ଣାଟକ ଆଦି ରାଜ୍ୟମାନଙ୍କରେ ସେମାନଙ୍କର ପର୍ବପର୍ବାଣୀ ପରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଇଛି । ଏପରିକି କୋଭିଡ୍‌ର ନୂଆ ଭେରିଆଣ୍ଟ ମଧ୍ୟ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ଆମକୁ ମଧ୍ୟ ସତର୍କ ହେବାକୁ ପଡ଼ିବ । ଆଗାମୀ ଦିନରେ ନୂଆଁଖାଇ, ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା ଆଦି ପର୍ବପର୍ବାଣୀ ଆସୁଥିବା ବେଳେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଅଣଦେଖା କରାଗଲେ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଇଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ରାଣା ମାସ୍କ ପିନ୍ଧିବା ପାଇଁ ତଥା ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ, କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗାମୀ ସମୟରେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ ଆଧାର କରି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯିବ । ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ମଧ୍ୟ ଏ ସଂକ୍ରାନ୍ତରେ ଏକ ଭିଡ଼ିଓ ଭାର୍ତ୍ତା ପ୍ରଦାନ କରି ଜିଲ୍ଲାବାସୀ କୋଭିଡ୍‌ ଗାଇଡ୍‌ ଲାଇନ ମାନି ଚଳିବାକୁ ନିବେଦନ କରିଛନ୍ତି ।

pc pk
Leave A Reply

Your email address will not be published.