ବିଟାବନ୍ଧର ବୃଦ୍ଧା ବାସନ୍ତୀ ତାଣ୍ଡିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଯଦୁ ତାଣ୍ଡିଙ୍କ ମା ବାସନ୍ତୀ ତାଣ୍ଡିଙ୍କ ଶୁକ୍ରବାର ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଯଦୁ ତାଣ୍ଡି, ଝିଅ ସନ୍ତରା ସୁନା, ବୋହୂଙ୍କ ସହ ସମସ୍ତ ନାତିନାତୁଣୀ ପରିବାର ଓ ଜ୍ଞାତିକୁଟୁମ୍ୱ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ବିଟାବନ୍ଧର ପୂର୍ବତନ ସରପଞ୍ଚ ଅଗସ୍ତି ବାଗଙ୍କ ସହ ସମସ୍ତ ଜାତି ସମାଜ ଓ ଗ୍ରାମବାସୀ ଉପସ୍ଥିତ ରହି ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ବଡ଼ ନାତି ଟୁନା ତାଣ୍ଡି ମୂଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.