ସମାଜସେବୀ ମୁଖିରାମ ଡାଙ୍ଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅଙ୍କରିଆପଦରର ସମାଜସେବୀ ମୁଖିରାମ ଡାଙ୍ଗଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଅମାୟିକ ବ୍ୟକ୍ତିତ୍ୱ, ମିଷ୍ଟଭାଷୀ, ସଚ୍ଚୋଟ, ପରୋପକାରି ସ୍ୱର୍ଗତ ଡାଙ୍ଗଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁବେଳେ ତାଙ୍କର ୫ ପୁଅ ସରୋଜ, ହୃଦାନନ୍ଦ, ହିମାଂଶୁ, ସୁଦାମ, ନିଳ ଏବଂ ଝିଅ କୌଶଲ୍ୟା ଏବଂ ଜ୍ୱାଇଁ ଦେବରାଜଙ୍କ ସମେତ ପୁତରା ଝିଆରି ଉପସ୍ଥିତ ଥିଲେ । ଶେଷ ଯାତ୍ରାରେ ଅଙ୍କରିଆପଦର ପଂଚାୟତ, ଜାମଗାଁ ପଂଚାୟତ ଏବଂ ବହଲପଦର ପଂଚାୟତର ସହସ୍ରାଧିକ ଲୋକଙ୍କ ସଙ୍ଗେ ମନିକେତନ ଡାଙ୍ଗ, ପ୍ରଶନ୍ନ ବାରିକ, ପ୍ରଶାନ୍ତ ଡାଙ୍ଗ, ପ୍ରଶାନ୍ତ ବାରିକ, ସାନନ୍ଦ ମିଶ୍ର, ବୁଲୁ ଡାଙ୍ଗ ଏବଂ ଅଙ୍କରିଆପଦର ସରପଂଚ ବିବେକାନନ୍ଦ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ବଡ ପୁଅ ସରୋଜ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.