centurian jitm

ଅଲେଖ ଚନ୍ଦ୍ର ଦାଶଙ୍କ ପରଲୋକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ବ୍ରାହ୍ମଣ ପଡା ନିବାସୀ ତଥା ଅବସର ପ୍ରାପ୍ତ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶଙ୍କ ୭୮ ବର୍ଷ ବୟସରେ ନିଜସ୍ୱ ପଦ୍ମପୁର ବାସ ଭବନରେ ପରଲୋକ ଘଟିଛି । ସେ ତାଙ୍କ ପଛରେ ସ୍ତ୍ରୀ ସନ୍ତୋଷିନୀ ପୁଅ ଅନନ୍ତ, ଅଜିତ ପୁତ୍ରବଧୁ ୨ଝିଅ ଜ୍ୱାଇଁ ତଥା ବନ୍ଧୁ ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି । ସେ ସମ୍ବଲପୁର ଶିକ୍ଷା ବିଭାଗ ସମେତ ବିଭିନ୍ନ ହାଇସ୍କୁଲରେ କିରାଣୀ ପଦରେ ଅଧିଷ୍ଟିତ ଥିବା ସହିତ ପଦ୍ମପୁର ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଭାବେ ଅବସର ଗ୍ରହଣ କରିଥିଲେ । ସେ ଜଣେ ମିଷ୍ଠଭାଷୀ, କର୍ତ୍ତବ୍ୟ ପରାୟଣ ତଥା ବନ୍ଧୁ ବତ୍ସଲ ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଗଭୀର ଶୋକ ଖେଲିଯାଇଛି । ତାଙ୍କ ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଜେଷ୍ଠ ପୁତ୍ର ଅନନ୍ତ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.