jayashree

ଡ଼.ଦୁର୍ଯ୍ୟୋଧନ ସେଠୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥ ସହୀଦ ଭଗତସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଦୁର୍ଯ୍ୟୋଧନ ସେଠୀ(୫୮)ଙ୍କ ଗତକାଲି ରାତ୍ରି ଆଠ ଘଣ୍ଟା ସମୟରେ ତାଙ୍କ ଛତ୍ରପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ସେ ଜଣେ ମିଷ୍ଟଭାଷୀ ଓ ସାଧୂପରାୟଣାତା ଓ ମେଳାପୀ, ସରଳ ବ୍ୟକ୍ତି ଥିଲେ ବୋଲି ବିଭିନ୍ନ ମହଲରେ ଗଣନା କରାଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ବିଭିନ୍ନ ସାହିତ୍ୟ ସଂଗଠନ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ତାଙ୍କ କଲେଜ ପକ୍ଷରୁ ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.