ଧର୍ମପରାୟଣା ମହିଳା କମଳିନୀ ସାହୁଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ଏମ.ଇ. ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଆରସିସି ପର୍ଶୁରାମ ସାହୁଙ୍କ ଧର୍ମପତ୍ନୀ କମଳିନୀ ସାହୁ(୫୮)ଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ସେ ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଥିଲେ । ଗତକାଲି ତାଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ଅନ୍ତିମ ସମୟରେ ତାଙ୍କର ସ୍ୱାମୀ ପର୍ଶୁରାମ ସାହୁ, ସମୁଦି ଶିବପ୍ରସାଦ ସାହୁ, ସାନ ଭାଇ ତଥା ସାମ୍ବାଦିକ ବିମଳେନ୍ଦୁ ସାହୁ ଓ ବଡ଼ ଝିଅ ସ୍ୱପ୍ନା ଉପସ୍ଥିତ ଥିଲେ । ଆମେରିକାରେ ରହୁଥିବା ତାଙ୍କର ଏକମାତ୍ର ପୁଅ ବୋହୁ ଓ ବାଙ୍ଗାଲୋରରେ ଥିବା ସାନ ଝିଅ ଜ୍ୱାଇଁ ଅନ୍ତିମ ସମୟରେ ପହଞ୍ଚି ପାରି ନଥିଲେ । ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତର ଘୁଷୁରାମୁଣ୍ଡା ଗ୍ରାମରେ ସ୍ୱର୍ଗତା ସାହୁଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ବଡ଼ ଝିଅ ସ୍ୱପ୍ନାରାଣୀ ସାହୁ ମୁଖାଗ୍ନି ଦେଇଥିଲେ । ସେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅନୁଗାମୀ ଥିବାବେଳେ ତାଙ୍କର ଅକାଳ ବିୟୋଗରେ ସମ୍ପର୍କୀୟ ତଥା ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.