ଧର୍ମ ପରାୟଣା ମହିଳାଙ୍କ ପରଲୋକ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଝରେଇବାହାଲି ଗ୍ରାମର କ୍ଷିରୋଦ୍ରୀ ପ୍ରଧାନ ୮୭ ବର୍ଷ ବୟସରେ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ପରଲୋକ ହୋଇଯାଇଛି । ଦିନ ୩ଟା ସମୟରେ ତାଙ୍କର ଶବଦାହ କରାଯାଇଥିଲା । ଉକ୍ତ ସମୟରେ ଗ୍ରାମର ଵହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବ୍ୟକ୍ତି ଉପସ୍ଥିତ ଥିଲେ । ପାଞ୍ଚ ଗୋଟି ପୁତ୍ରଙ୍କ ମଧ୍ୟରୁ ବଡ ପୁଅ ନନ୍ଦଲାଲ ପ୍ରଧାନ ମୂଖାଗ୍ନି ଦେଇଥିଲେ । ମୃତ୍ୟୁ ସମୟରେ ସମସ୍ତ ପୁଅ ବୋହୂ, ପୁତୁରା ଝିଆରୀ, ନାତି ନାତୁଣୀ ଉପସ୍ଥିତ ଥିଲେ । ଶୋକ ସନ୍ତପ ପରିବାରକୁ ଗାଁରେ ରହୁଥିବା ବଳରାମ ଦାଶଜୀ ମହାରାଜ ଉପସ୍ଥିତ ହୋଇ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.