ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସକାଳ ଭୋର ୫ଟା ବେଳେ ତରଭା ସହର ନିବାସୀ ଦ୍ରୌପଦୀ ମିଶ୍ର (୭୫)ଙ୍କ ଦେହାନ୍ତ ହୋଇଯାଇଛି । ସେ ସ୍ୱର୍ଗତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ରଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଆଜି ଭୋର ସକାଳ ୫ଟା ବେଳେ ସେ ତାଙ୍କ ବଡ ଝିଅ ଶୋଭାରାଣୀ ମିଶ୍ର ତଥା ଜ୍ୱାଇଁ ଆଇନ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଜୀବନ ବଲ୍ଲଭ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପ୍ରାଣତ୍ୟାଗ କରିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା ବନ୍ଧୁବାନ୍ଧବ ମହଲରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ତାଙ୍କ ବଡ ପୁଅ ମନରଞ୍ଜନ ମିଶ୍ର ମୁଖାଗ୍ନୀ ଦେଇଥିଲେ ।
Next Post