oum

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଅବସର ପ୍ରାପ୍ତ ଶିକ୍ଷକ ବିଶ୍ଵନାଥ ସାହୁ‌ଙ୍କ ଗତ ଶନିବାର ରାତି ୨ ଟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହେଉଥିଲା । ଏହି ଅଞ୍ଚଳର ଜଣାଶୁଣା ଶିକ୍ଷକ ତଥା ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଖ୍ୟାତି ଅର୍ଜ୍ଜନ କରି ଥିଲେ । ଟିଓୟୁପି ବିଦ୍ୟାଳୟରେ ୧୯୬୧ ମସିହାରେ ଯୋଗଦାନ କରି ୧୯୯୭ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ । ସେ ସୁଦୁର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସିଟି ସ୍କୁଲରୁ ସିଟି ପାସ କରି ଆସି ଏହି ଅଞ୍ଚଳରେ ଶିକ୍ଷକତା କରିଥିଲେ । ସେ ସମୟରେ ଭଲ ଚାକିରୀ ପାଇ ମଧ୍ୟ ପାଇକମାଲ ଅଞ୍ଚଳର ମୋହ ତୁଟାଇ ନ ପାରି ରହି ଯାଇଥିଲେ । ତାଙ୍କ ବିୟୋଗରେ ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବଡ ପୁଅ ପ୍ରଶାନ୍ତ ସାହୁ ମୁଖଗ୍ନୀ ଦେଇଥିଲେ । ସେ ତାଙ୍କ ସ୍ତ୍ରୀ, ୨ ପୁଅ, ୪ ଝିଅ ନାତି ନାତୁଣିଙ୍କୁ ପଛରେ ଛାଡ଼ି ଯାଇଛନ୍ତି । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପାଇକମାଲ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କାଳିଆ, ପାଇକମାଲ ସରପଞ୍ଚ ଧବଳେଶ୍ୱର ସାହୁ, ସମିତିସଭ୍ୟ ବିଜୟ କୁମାର ସ୍ୱାଇଁ, ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ଶରତ ବଡ଼ପଣ୍ଡା, ନିମାଇଁ ଚରଣ ସ୍ୱାଇଁ, ମହାଦେବ ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.