ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଧର୍ମପ୍ରାଣ ମହିଳା ଭୂମିସୂତା ପାଢୀଙ୍କ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ପାଢୀଙ୍କ ଧର୍ମପତ୍ନୀ ଭୂମିସୂତା ପାଢୀ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ଗୁରୁବାର ଦିନ ଅପରାହ୍ନରେ ଛାତିରେ ଜନ୍ତ୍ରଣା ଅନୁଭବ କରିବାରୁ ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତଦେହ ଗାଁରେ ପହଁଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜଣେ ଧର୍ମପ୍ରାଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ରହିଥିଲେ । ସମସ୍ତ ସ୍ନେହୀ, ମେଳାପି ସ୍ୱଭାବର ମହିଳା ଥିଲେ । ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ସାଲେପାଲି ଗାଁ ନଦୀକୂଳ ନିକଟରେ ଥିବା ନିଜ ଚାଷ ଜମିରେ ଶେଷକୃତ କରାଯାଇଥିଲା । ପରଲୋକ ସମୟରେ ସ୍ୱାମୀ ସଚିଦାନନ୍ଦ ପାଢୀ, ବଡ ପୁଅ ଅଧ୍ୟାପକ ପ୍ରଶାନ୍ତ ପାଢ଼ୀ- ବୋହୂ ସୁବାସିନୀ, ସାନପୁଅ ମୁନା ପାଢୀ- ରୀତାଞ୍ଜଳୀ, ୪ ଝିଅ-ହରିପ୍ରିୟା ପାଣିଗ୍ରାହୀ, ପ୍ରତିଭା ପଣ୍ଡା, ପ୍ରଭାତୀ ପଣ୍ଡା, ପ୍ରତିମା ପୁରୋହିତଙ୍କ ସହ ଜ୍ୱାଇଁ ବିଶିଷ୍ଟ ଶିକ୍ଷାବିତ୍ ଜୟଚନ୍ଦ୍ର ପଣ୍ଡା, ପ୍ରକାଶ ପଣ୍ଡା ଓ ଶିକ୍ଷକ ପ୍ରମୋଦ ପୁରୋହିତ, ନାତି, ନାତୁଣୀଙ୍କ ସହ ଅନ୍ୟ ସମସ୍ତ ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବଡ଼ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ । ଭୂମିସୂତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।