ଆଦର୍ଶ ଶିକ୍ଷକ ତଥା ସମାଜସେବୀ ସ୍ଵର୍ଗତ କୃଷ୍ଣଚନ୍ଦ୍ର ଧରୁଆଙ୍କ ଧର୍ମପତ୍ନୀ ବୈଦେୟୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଲୁହୁରେନ ବାହାଲି ଗାଁର ଜଣାଶୁଣା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଧରୁଆଙ୍କ ଧର୍ମପତ୍ନୀ ବୈଦେୟୀ ଧରୁଆଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ହୋଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୫ ପୁଅ ଚୁଡ଼ାମଣି ଧରୁଆ, ସହଦେବ ଧରୁଆ, ମୋତିଲାଲ ଧରୁଆ, ମୁକୁନ୍ଦ ଧରୁଆ, ଅର୍ଜୁନ ଧରୁଆ, ପୁତ୍ରବଧୁ ଗୀତାଞ୍ଜଳୀ ପୁଟାଙ୍କ ସମେତ ଝିଅ-ଜ୍ୱାଇଁ, ନାତି ନାତୁଣୀ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତା ବୈଦେୟୀ ଜଣେ ଅତ୍ୟନ୍ତ ସ୍ନେହଶୀଳା ମହିଳା ଭାବେ ପରିବାର ତଥା ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବରେ ବେଶ୍ ଆଦୃତ ହୋଇଥିଲେ । ତାଙ୍କ ସ୍ୱର୍ଗତ କୃଷ୍ଣଚନ୍ଦ୍ର ସ୍ୱାମୀ ଜଣେ ଆର୍ଦଶ ଶିକ୍ଷକ, ସମାଜସେବୀ, ଝାରବନ୍ଧ ଭଞ୍ଜ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଜଣେ ଆଗୁଆ ଚାଷୀ ଭାବେ ପରିଚିତ ଥିଲେ । ସ୍ୱର୍ଗତା ବୈଦେୟୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ ଚୁଡ଼ାମଣି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.