ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୂମାଭଟା ଗ୍ରାମର ନାରାୟଣ ସାହୁଙ୍କ ଗତ ୬ ତାରିଖ ମଙ୍ଗଳବାର ଦିନ ରାତି ୯ଟା ୪୫ମି. ସମୟରେ ଦେହାନ୍ତ ହୋଇଯାଇଛି । ସେ ଭୁବନେଶ୍ୱର ଓପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହେଉଥିଲା । ତାଙ୍କ ମୃତ୍ୟୁ ଖବର ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କୁ ମର୍ମାହତ କରିଦେଇଛି । ସେ ବମରିତ୍ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସେ ଏକାଧାରରେ ଶିକ୍ଷକ, କବି ଓ ଚିତ୍ରକର ଥିଲେ ତଥା ଅନେକ ସେବାକାର୍ଯ୍ୟ କରି ଆସୁଥିଲେ । ତାଙ୍କ ଲେଖା ଗୁଡିକ ଲୋକଙ୍କୁ ମନମୁଗ୍ଧ କରି ଦେଉଥିଲା । ମୁଖ୍ୟତଃ ସେ ଜଗନ୍ନାଥ ମହାପ୍ରଭୁଙ୍କର ବଡ଼ ଭକ୍ତ ଥିଲେ । ଜଗନ୍ନାଥଙ୍କର ଅନେକ ଫଟୋଚିତ୍ର ଓ ଗୀତ ଲେଖି ଯାଇଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଦୁଇ ପୁଅ । ବଡ଼ ପୁଅ କେଦାର ଶଙ୍କର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ଧର୍ମପତ୍ନୀ ଚନ୍ଦ୍ରମା ସାହୁ, ସାନ ପୁଅ ଲିଙ୍ଗରାଜ ସାହୁ, ଦୁଇ ପୁତ୍ରବଧୂ, ଏକମାତ୍ର ନାତି ଶୋଭିକ ଏବଂ ବୃଦ୍ଧା ମାତା ଶ୍ରଦ୍ଧାବତୀ ସାହୁ ଦୁଃଖରେ ଭାଙ୍ଗି ପଡିଛନ୍ତି ।