ମୁରିବାହାଲର ବରିଷ୍ଠ କଂଗ୍ରେସ ନେତା ବିଭୀଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ବିଭିଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ଶନିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରାୟପୁରର ଭିୟାଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ବିଭୀଷଣ, ପୁଅ ଗଣେଶ, ଭକ୍ତ, ଦେବାଶିଷ ଓ ଝିଅ ସରିତା, ଜ୍ୱାଇଁଙ୍କ ସହ ସମସ୍ତ ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କ ଗାଁ ବରାଜୁରା ମଶାଣିରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପରଲୋକ ଖବର ପାଇ କଂଗ୍ରେସ ଦଳର ଯୁବନେତା ସେଜି ସିଂ ସାଲୁଜା, ଗିରିଧାରୀ ସାହୁ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ସମିତି ସଭ୍ୟ ଭୀମସେନ ବାଗଙ୍କ ସମେତ ବହୁ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ଥିଲେ । ଶ୍ରୀମତୀ ମହାନନ୍ଦଙ୍କ ବିୟୋଗରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.