ତ୍ରିଲୋଚନ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଆନନ୍ଦନଗର ନିବାସୀ ତ୍ରିଲୋଚନ ସାହୁଙ୍କର ୭୯ ବର୍ଷ ବୟସରେ ଏକ ଘରୋଇ ହସ୍‌ପିଟାଲରେ ତା. ୩୧.୧୨.୨୦୨୫ ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ୧୯୪୬ ମସିହାରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ)ଗ୍ରାମରେ ସ୍ୱର୍ଗତ ବଳରାମ ସାହୁ ଏବଂ ପାଂଚ ସାହୁଙ୍କ ଔରସରୁ ତୃତୀୟ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ । ୨୦୦୪ ମସିହାରେ ୱେସକୋ ଓଡିଶା ସରକାରଙ୍କ ବିଦ୍ୟୁତ ବିଭାଗରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରୁ ଅବସର ଗ୍ରହଣ କରିବା ସହିତ ବଲାଙ୍ଗିର ଜିଲ୍ଲାର କୁଲତା ସମାଜର ପୂର୍ବତନ ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ସେ ଜଣେ ମିଷ୍ଟଭାଷୀ, ମେଳାପି ଏବ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ମୃତ୍ୟୁ ପରେ ସେ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ବଲାଙ୍ଗିରକୁ ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ଉଦ୍ଦେଶ୍ୟରେ ୨୦୧୬ ମସିହାରେ ସ୍ୱଇଚ୍ଛାରେ ଦାନ କରିଥିବାରୁ ଓଡିଶା ସରକାରଙ୍କ ଦ୍ୱାରା ୨୦୧୭ ମସିହାରେ ସେ ଦଧିଚି ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ପରେ ସେ ତିନି ଝିଅ, ଜ୍ୱାଇଁ, ଦୁଇ ପୁତ୍ର, ପୁତ୍ରବଧୂ ଓ ୬ଜଣ ନାତି ନାତୁଣୀଙ୍କୁ ଛାଡିଯାଇଛନ୍ତି । ତାଙ୍କର ବିୟୋଗରେ ଲୋଇସିଂହା ତଥା ସମଗ୍ର ବଲାଙ୍ଗିରର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.