ଧର୍ମପରାୟଣା ମହିଳା ନିରବତୀ ବରିହାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସରଗୁଲ ଗାଁର ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ଲାଟ ସଭାପତି ହୃଷୀକେଶ ବରିହାଙ୍କ ମା’ ନିରବତୀ (୯୨)ଙ୍କ ଗତକାଲି ସରଗୁଲ ସ୍ଥିତି ବାସଭବନରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ସରଗୁଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ହୃଷୀକେଶଙ୍କ ମା’ଙ୍କ ପରଲୋକ ଖବର ପାଇ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ, ସଂପାଦକ ଆଶାରାମ ବରିହା, ସହଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ, ବଲାଙ୍ଗିର ଜିଲ୍ଲା ମିଡ଼ିଆସେଲ ସଂଯୋଜକ ଗୋରେଖନାଥ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ପଦ୍ମପୁର ବ୍ଲକ ସଭାପତି କରୁଣାକର ବରିହା ପ୍ରମୁଖ ଶୋକବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତା ନିରବତୀ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ୩ ପୁଅ ହୃଷୀକେଶ, ଗୋପାଳ, ଭରତ, ବୋହୂ, ଝିଅ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବଡ ପୁଅ ଡାକ୍ତର ହୃଷୀକେଶ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.