ଅବସର ପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପରଲୋକ

ଭୋଗରାଇ (ଶିବ ନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଜନ୍ମିତ ଅବସରପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ କଟକ ବଡ଼ ମେଡିକାଲ ଯିବା ରାସ୍ତାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀଯୁକ୍ତ ପାତ୍ରଙ୍କୁ ୮୩ ବର୍ଷ ହୋଇଥିଲା । ଶ୍ରୀଯୁକ୍ତ ପାତ୍ର ବାର୍ଦ୍ଧକ୍ୟ ଜନୀତ ରୋଗରେ ପିଡ଼ିତ ହୋଇ ନିଜ ବାସ ଭବନ ବାଇଗଣବାଡ଼ିଆଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଥିଲେ । ଶ୍ରୀଯୁକ୍ତ ପାତ୍ର ଜଣେ ଧର୍ମପ୍ରାଣ, ନିଷ୍କପଟ, ଦୟାଳୁ, ପରୋପକାରୀ ଏବଂ ସମାଜସେବୀ ଭାବରେ ପରିଚିତ ଥିବା ସହିତ ଚାକିରି ଜୀବନରେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟପରାୟଣ କର୍ମଚାରୀ ଥିଲେ । ଶ୍ରୀଯୁକ୍ତ ପାତ୍ରଙ୍କ ବିୟୋଗରେ ନୟାପାଲି ଏବଂ ବାଇଗଣବାଡ଼ିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ହେବା ଖବର ଶୁଣି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମିନାରାଣୀ ସାମଲ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ, ଖରିଦପିପଳ ଗ୍ରାମପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ସମିତି ସଦସ୍ୟା ବିନତୀ ସାହୁ, ବାଇଗଣବାଡ଼ିଆ ଗ୍ରାମପଞ୍ଚାୟତର ସରପଞ୍ଚ ବିଷ୍ଣୁପଦ ପାତ୍ର, ସଦସ୍ୟା ବାସନ୍ତି ମାଝୀ, ନୟାପାଲି ଗ୍ରାମ ସଭାପତି ତରୁଣ କାନ୍ତି ପାତ୍ର, ଉତ୍ତର ଭୋଗରାଇ କଳାକାର ସଂଘର ସଭାପତି ଶିବଶଙ୍କର ସେଠୀ, ସମାଜସେବୀ ଗିରିଶ ଚନ୍ଦ୍ର ପାତ୍ର, ହରିଶ୍ଚନ୍ଦ୍ର ଦାସ, ସୂର୍ଯ୍ୟକାନ୍ତ ଜେନା, ଜୟନ୍ତ କୁମାର ଦେ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀଯୁକ୍ତ ପାତ୍ରଙ୍କ ବିୟୋଗ ହେବା ଖବର ଶୁଣି ଶେଷ ଦର୍ଶନ ନିମନ୍ତେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ପ୍ରିୟ ପରିଜନ ପ୍ରମୁଖ ଉପସ୍ଥିତ ହୋଇ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ରାଧାରାଣୀ, ପୁତ୍ରବଧୂ ଚିନୁ, ଝିଅ ଇଲା, ମିଲି, ଜ୍ୱାଇଁ ଜୟନ୍ତ, ଅମୀୟ, ପୁତୁରା ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ପାତ୍ରଙ୍କ ମର ଶରୀରକୁ ବାଲେଶ୍ୱର ଅର୍ଡର ବଜାର ସ୍ଥିତ ମୁକ୍ତି ଦ୍ୱାର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ଝିଅ ଇଲା ଓ ନାତି ଗୁନୁ ମୁଖାଗ୍ନି ଦେଇଥିଲେ ।
‌‌

Leave A Reply

Your email address will not be published.