ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଝରେଇବାହାଲି ଗ୍ରାମର ପୂର୍ବତନ ଶିକ୍ଷକ ପୁରନ୍ଦର ପ୍ରଧାନଙ୍କ ସ୍ତ୍ରୀ ଯାଜ୍ଞସେନୀ ପ୍ରଧାନଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ରୀମତୀ ପ୍ରଧାନ କିଛି ଦିନ ହେଲା ଅସୁସ୍ଥ ଥିଲେ । ଗତ ଦୁଇଦିନ ତଳେ ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସମ୍ବଲପୁର ବିକାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଥିଲେ ଜଣେ ଧର୍ମ ପରାୟାଣା ମହିଳା ବିଭିନ୍ନ ପୂଜା ପାର୍ବଣରେ ଯୋଗଦେଇ ଭକ୍ତି ପରିବେଶ ସୃଷ୍ଟି କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ଥିଲେ । ଶେଷଦର୍ଶନ ପାଇଁ ଝରେଇବାହାଲିକୁ ଯାଇ ବହୁ ମାନ୍ୟଗଣ୍ୟ, ବନ୍ଧୁ ପରିଜନ ଯୋଗ ଦେଇଥିଲେ ।