ସମାଜସେବୀ ଗଗନ ବିହାରୀ ମୁଣ୍ଡଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ବ୍ଲକ ଅନ୍ତର୍ଗତ ବାନେର ପଞ୍ଚାୟତ ପୋଳକା ମୁଣ୍ଡା ଗ୍ରାମର ସୁପରିଚିତ ସମାଜ ସେବୀ ଗଗନ ବିହାରୀ ମୁଣ୍ଡଙ୍କ ୭୯ବର୍ଷ ବୟସରେ ନିଜସ୍ଵ ବାସ ଭବନରେ ପୂର୍ବାହ୍ନରେ ପରଲୋକ ହୋଇ ଯାଇଛି । ସ୍ୱର୍ଗତ ମୁଣ୍ଡ ନିଜର ଅମାୟିକ ବ୍ୟବହାର ଓ ସାମାଜିକ ସଂସ୍କାରର ସଂକଳ୍ପ ସହ ସାମାଜିକ ସ୍ତରରେ ସେବାର ଭାବନାକୁ ନେଇ ବେଶ ପରିଚୟ ରଖିଥିଲେ । କିଛି ଦିନ ଧରି ଭବାନୀପାଟଣାର ଏକ ଘରୋଇ ଡାକ୍ତର ଖାନରେ ଚିକିତ୍ସିତ ହେବାପରେ ଗତ ମଙ୍ଗଳବାର ସନ୍ଧ୍ୟାରେ ପରିବାର ଲୋକ ଘରକୁ ନେଇ ଆସିଥିଲେ । ଆଜି ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟାରେ ପରିବାର ଓ ସମ୍ବନ୍ଧୀୟ ଲୋକ ମାନେ ଉପସ୍ଥିତ ରହିଥିଲେ । ମୃତ୍ୟୁ ଖବର ପ୍ରସାରିତ ହେବାପରେ ଶତାଧିକ ଲୋକ ଅନ୍ତିମ ଦର୍ଶନ କରିବା ସହ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ସ୍ୱର୍ଗତ ମୁଣ୍ଡଙ୍କ ତିନି ପୁଅ ପ୍ରବୀଣ କୁମାର ମୁଣ୍ଡ, ପ୍ରମିଳ କୁମାର ମୁଣ୍ଡ ଓ କନିଷ୍ଠ ପୁତ୍ର ଅଧ୍ୟାପକ ପରମେଶ୍ୱର ମୁଣ୍ଡ ସମୂହ ପରିବାର ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.