ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର ସ୍ୱର୍ଗତ ଋଷୁ ବାଗଙ୍କ ପୁଅ ତଥା ଶତାୟୁ ବୃଦ୍ଧ ଚନ୍ଦ୍ରଶେଖର ବାଗଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ନିଜ ବାସଭବନରେ ବାର୍ଦ୍ଧକ୍ୟରେ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ତଥା ଅବସରପ୍ରାପ୍ତ ବିଡିସିସି ବ୍ୟାଙ୍କ ସୁପରଭାଇଜର ସହଦେବ ବାଗ, ପୁତ୍ରବଧୁ ସୂର୍ଯ୍ୟ ବାଗ, ଜ୍ୟେଷ୍ଠ ନାତି ହଳଦୀ ପେକ୍ସ କର୍ମଚାରୀ ବିଶ୍ଵରାମ ବାଗ, ନାତି ମାୟାଧର ବାଗ, ନାତୁଣୀ ବୋହୂ ଦୀପା ଯାଦବ, ମୀନାକ୍ଷୀ ବାଗ, ପଣନାତି ପ୍ରତ୍ୟୁଷ ରଞ୍ଜନ ବାଗ, ବନ୍ଦନା ବାଗ, ମହି ବାଗ, ଫଳିନ୍ଦ୍ର ବାଗ, ଜ୍ୱାଇଁ ତପି ବଗର୍ତ୍ତି ଓ ନାତୁଣୀ ଜ୍ୱାଇଁ ଆଇନଜୀବୀ ଜିତେନ ହାତୀଙ୍କ ସହ ସମସ୍ତ ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ଶବ ସତ୍କାରରେ ସାମିଲ ହୋଇଥିଲେ । ସେ ଜଣେ ଅମାୟିକ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ନାତି ବିଶ୍ୱରାମ ବାଗ ଓ ପଣନାତି ପ୍ରତ୍ୟୁଷ ରଞ୍ଜନ ବାଗ ମୁଖାଗ୍ନୀ ଦେଇଥିଲେ ।