ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା କଲେଜର ଅଧ୍ୟକ୍ଷ ବସନ୍ତ ମନହୀରାଙ୍କ ବାପା ତଥା ତରଭା ବ୍ଲକ ବଡଭଇଁସାର ନିବାସୀ ବଂଶୀଧର ମନହୀରା (୮୨)ଙ୍କ ବଲାଙ୍ଗିରରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ମୃତ୍ୟଶଯ୍ୟା ନିକଟରେ ପୁତ୍ର ବସନ୍ତ, ଫକୀର ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ବଡ଼ଭଇଁସା ଶ୍ମଶାନରେ ଶେଷକୃତ୍ୟ ସମ୍ପନ ହୋଇଥିବା ବେଳେ ବଡପୁଅ ବସନ୍ତ ମୁଖାଗ୍ନି ଦେଇଥିଲେ । ବଂଶୀଧରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।