ବରଗଡ଼ ବିଜେପି ଜିଲ୍ଲା ସଭାପତିଙ୍କ ମାତୃ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସନ୍ଧ୍ୟା ୬ ଘ ୪୦ ମି. ସମୟରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ମାତା ପୁଷ୍ପାଞ୍ଜଳି ଷଡ଼ଙ୍ଗୀଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ୫ ପୁଅ କିଶୋର କୁମାର ଷଡ଼ଙ୍ଗୀ, ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପ୍ରଦୀପ କୁମାର ଷଡ଼ଙ୍ଗୀ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବୃନ୍ଦାବନ ଷଡ଼ଙ୍ଗୀ ଓ ୨ ଝିଅ ସବିତା ଶତପଥୀ, ସନ୍ତୋଷିନୀ ନାୟକ ଏବଂ ପୁତ୍ର ବଧୁ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ୭ ଘଣ୍ଟା ସମୟରେ ଜୀରା ନଦୀ ସ୍ଥିତ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସତ୍କାର କରାଯିବ ।

Leave A Reply

Your email address will not be published.