ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କହ୍ନେଇ ଲାଲ ଅଗ୍ରୱାଲଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହେଉଥିଲା । ମୃତ୍ୟୁ ପରେ ଶ୍ରୀମତୀ ଅଗ୍ରୱାଲଙ୍କ ଦୁଇ ଚକ୍ଷୁକୁ ପରିବାର ବର୍ଗ ସହାୟତାରେ ଦାନ କରାଯାଇଛି । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିବା ସହିତ ଶେଷ ଜୀବନ ପର୍ଯ୍ୟନ୍ତ ଗୋ-ସେବାରେ ମଗ୍ନ ଥିଲେ । ସେ ତାଙ୍କ ପଛରେ ୩ଟି ପୁତ୍ର ନରସିଂହ, ହରିଶଙ୍କର, କପିଲେଶ୍ୱର, ୪ଟି ଝିଅ ଗୀତା , ମଞ୍ଜୁ, ସୀତା, ସଂଜୁ, ସନ୍ତୋଷୀଙ୍କ ସମେତ ଆତ୍ମୀୟବର୍ଗଙ୍କୁ ଛାଡି ଚାଲି ଯାଇଛନ୍ତି । ଅନ୍ତିମ ଯାତ୍ରାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଯୋଗ ଦେଇଥିଲେ । ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମାପନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ନରସିଂହ ମୁଖାଗ୍ନି ଦେଇଥିଲେ ।