ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଦର୍ଶପଡା ସ୍ଥିତ ସ୍ଥାୟୀ ବାସିନ୍ଦା ପ୍ରସନ୍ନ କୁମାର ରଥଙ୍କ ନିଜ ବାସଭବନରେ ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ଥାନୀୟ ହାଟପଡା ସ୍ଥିତ ଶ୍ମଶାନରେ ଗତ ୧୦.୧୨.୨୦୨୪ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ରୋଗରେ ପୀଡିତ ଥାଇ ଚିକିତ୍ସିତ ଥିଲୋ । ସେ ବଲାଙ୍ଗିର ଶିଳ୍ପ ବିଭାଗରେ ଏସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କର ପୁତ୍ର ରାଣା ସଂଗ୍ରାମ କେଶରୀ ରଥ ମୁଖାଗ୍ନି ଦେଇଥିଲେ ଏବଂ ଜ୍ୱାଇଁ ପ୍ରଜ୍ଞାନନ୍ଦ ଆଚାର୍ଯ୍ୟ ଓ ଅନ୍ୟାନ୍ୟ ବନ୍ଧୁ ପରିଜନ ଏହି ସମୟରେ ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଜଣାଇଥିଲେ ।