
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତାର ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତୀ ଭୋଇ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ପରାକାରୀ, ଭାଗବତ ପ୍ରେମୀ, ନିଷ୍ଠାବାନ ମହିଳା ଭାବରେ ପରିଚିତ ଥିଲେ । ମୃତ୍ୟୁ ସମୟରେ ଦୁଇପୁତ୍ର ମନୋଜ କୁମାର ଭୋଇ, ଗୌରଚନ୍ଦ୍ର ଭୋଇ, ଝିଅ ସନ୍ଧ୍ୟାରାଣୀ ଥପା, ନାତିନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ବିଯୋଗ ଖବର ପ୍ରସାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜ୍ୟେଷ୍ଠ ପୁତ୍ର ଯୁବ ସାମ୍ବାଦିକ ମନୋଜ କୁମାର ଭୋଇ ମୁଖାଗ୍ନ ଦେଇଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।