ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ନାଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ କିଶ୍ର) : ଆଟଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତୀ ନାଗଙ୍କର ଭୁବନେଶ୍ୱର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡ୍‌ନୀ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ତାଙ୍କ ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଶିକ୍ଷିତ ଧର୍ମପରାୟଣା ମହିଳା ଥିଲେ । ତାଙ୍କର ସ୍ୱାମୀ ଶ୍ରୀ ମୁଗ୍ରୀ ମୁଖାଗ୍ନି ଦେଇଥିଲେ । ତାଙ୍କର ଗୋଟିଏ ପୁତ୍ର ଶୁଭମ ଓ ଝିଅ ରାନୁ ଉପସ୍ଥିତ ଥିଲେ । ସ୍ୱର୍ଗତା ନାଗ ଅବସରପ୍ରାପ୍ତ ଏଆର୍‌ସିଏସ୍‌ କାନ୍ତିଲାଲ ମୁଗ୍ରୀଙ୍କର ଭାତୃବଧୂ ଅଟନ୍ତି ।

Leave A Reply

Your email address will not be published.