ଶତାୟୁ ପୁରୁଷ ଅରକ୍ଷିତ ନେଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ନିବାସୀ ଶତାୟୁ ପୁରୁଷ ଅରକ୍ଷିତ ନେଗୀ(୧୦୪)ଙ୍କ ଗତରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସରକାରୀ ଚାକିରୀରୁ ସେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଅରକ୍ଷିତ ୫ ଜଣ ସନ୍ତାନ ସନ୍ତତିଙ୍କ ଜନକ ହୋଇଥିବା ବେଳେ ତାଙ୍କ ବଡ଼ ପୁଅ କୈଳାଶ ଓ କନ୍ୟା ମଂଜୁଲତାଙ୍କ ପରଲୋକ ହୋଇସାରିଛି । ପୁତ୍ର ହାରାଧନ, ସୁରେନ୍ଦ୍ର, ପ୍ରେମଚାନ୍ଦଙ୍କ ସହ ବୋହୂମାନେ ଓ ନାତିନାତୁଣୀମାନେ ତାଙ୍କ ଦେହାନ୍ତ ସମୟରେ ଉପସ୍ଥିତ ଥିଲେ । ଆଜି ସକାଳୁ ସ୍ଥାନୀୟ ରାମେଶ୍ୱରନଗର ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତୈଷ୍ଟି କ୍ରିୟା ସମାପନ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କ ପୁତ୍ର ହାରାଧନ ମୁଖାଗ୍ନି ପ୍ରଦାନ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.