କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସ୍କୁଲ ଇନିସ୍‌ପେକ୍ଟର ହୃଷିକେଶ ସାହୁଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଭିଏସ୍‌ଏସ୍‌ ନଗର ସ୍ଥିତ ନିଜ ବାସଭବନରେ କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସ୍କୁଲ ଇନିସପେକ୍ଟର ହୃଷିକେଶ ସାହୁ(୮୨)ଙ୍କ ଗତ ଜୁଲାଇ ୨୪ ତାରିଖ ଦିନ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ପରଲୋକ ଘଟିଯାଇଛି । ଜିରାନଦୀ କୂଳରେ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା । ବଡ ପୁଅ ରମାକାନ୍ତ ସାହୁ ମୁଖାଗ୍ନି ଦେଇଥିଲେ । ସାହୁ ନିଜର ସ୍ନାତକ ଓ ବିଇଡି ସମାପନ କରି ସେ ରେଢାଖୋଲ, ବେହେରାପାଲି, କୁଲୁଣ୍ତା, କୁସନପୁରୀ, ଗୋବିନ୍ଦପୁର ଆଦି ଗ୍ରାମର ସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକ ରୂପେ ନିଷ୍ଠାପର ଭାବେ ନିଜର କାର୍ୟ୍ୟ ସଂପାଦନ କରିଥିଲେ । ଭେଡେନ ବ୍ଲକର ସ୍କୁଲ ଇନିସପେକ୍ଟର ଭାବେ ନିୟୋଜିତ ହୋଇ ୨୦୦୧ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ତୈଳିକ ବୈଶ୍ୟ ସାହୁ ସମାଜର ବରଗଡ ସବ ଡିଭିଜନ ସ୍ତରୀୟ ସଭାପତି ରୂପେ ଦୀର୍ଘ ଦିନ ରହି ସମାଜର ଅନେକ ଉନ୍ନତିମୂଳକ ତଥା ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ପଛରେ ଧର୍ମପତ୍ନୀ, ଦୁଇ ପୁଅ ବୋହୁ, ଚାରି ଝିଅ ଓ ଜୋଇଁ ଓ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି । ସ୍ୱର୍ଗତ ସାହୁଙ୍କ ଏକାଦଶାହ କାର୍ଯ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ତୈଳିକ ସାହୁ ସମାଜର ବରଗଡ ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.