ରାଜା ସମରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜା ସମରେନ୍ଦ୍ର ପ୍ରତାପ ସିଂହଦେଓ (୮୦)ଙ୍କ ପରଲୋକ ହୋଇଯାଇଛି । ରାଜ ପରିବାରର ରାଜା ଗୌରଚନ୍ଦ୍ର ସିଂହଦେଓଙ୍କ ଜେଷ୍ଠ ପୁତ୍ର ସମରେନ୍ଦ୍ର ପ୍ରତାପ ଦୀର୍ଘ ଦିନ ହେଲା ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ଦୁଇ ଝିଅ ରହିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କରି ସମସ୍ତ ଭାଇ ଉପସ୍ଥିତି ରହିଥିଲେ । ତେବେ ଆସନ୍ତାକାଲି ଗାଁ ଶ୍ମଶାନରେ ଶେଷ କୃତ ସଂପନ୍ନ କରାଯିବ ବୋଲି ଜଣାପଡ଼ିଛି । ତାଙ୍କରି ଶେଷ ଦର୍ଶନ ପାଇଁ ତାଙ୍କରି ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଛନ୍ତି ।

Leave A Reply

Your email address will not be published.