shyamal

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (ପିଆଇବି) : ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା କମଳା ପୂଜାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କମଳା ପୂଜାରୀ କୃଷି କ୍ଷେତ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଛନ୍ତି । ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ବଢ଼ାଇବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି; ‘ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମର୍ମାହତ । କୃଷି କ୍ଷେତ୍ର, ବିଶେଷ କରି ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ସ୍ୱଦେଶୀ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା । ଦୀର୍ଘସ୍ଥାୟୀ ବିକାଶ ଓ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ସେ ଜଣେ ଆଲୋକବର୍ତ୍ତିକା ସଦୃଶ ଥିଲେ । ତାଙ୍କ ପରିବାର ଓ ଅନୁଗାମୀଙ୍କ ପ୍ରତି ସମବେଦନା ଜଣାଉଛି ।

purusottam
Leave A Reply

Your email address will not be published.