oum

ବାଇକ୍ ଦୁର୍ଘଟଣାରେ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଇକ୍ ଦୁର୍ଘଟଣାରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ପରଲୋକ ହୋଇଯାଇ ଥିବା ସୂଚନା ମିଳିଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମର ଦିଲ୍ଲୀପ କୁମାର ଭୋଇ(୩୪) ନିଜ ଘରୁ ବାଇକ୍‌ରେ ନୂଆପଡା ଜିଲ୍ଲାର ବେଲଟୁକୁରି ସରସ୍ଵତୀ ଶିଶୁ ମନ୍ଦିରକୁ ନିଜ ଝିଅ ପ୍ରାଞ୍ଜଳକୁ ପାଠ ପଢ଼ିବା ପାଇଁ ନେଇଥିଲେ ଓ ସେ‌ ଠାରୁ ଲେପ୍‌ଟପ୍‌ କିଣିବା ପାଇଁ ଖରିଆ ରୋଡକୁ ଯାଇ ଲେପ୍‌ଟପ୍‌ କିଣି ଫେରିବା ବାଟରେ ସରଧାପୁର, ଖରିଆରୋଡରୁ ବେଲଟୁକ୍ରି ରାସ୍ତାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦିଲ୍ଲୀପ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ଜିଲ୍ଲା‌‌ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିଲେ । ଗାଁରେ ତାଙ୍କର କମ୍ପ୍ୟୁଟର ଦୋକାନ ଥିବାରୁ ସେ ଦୋକାନ ପାଇଁ ଲେପ୍‌ଟପ୍‌ କିଣିଥିବାର ସୂଚନା ମିଳିଛି । ସେ ଜଣେ ଭାରତୀୟ ଜନତା ପାର୍ଟିର ଆଗ ଧାଡିର ଯୁବ କାର୍ଯ୍ୟକର୍ତ୍ତା ଥିଲେ । ସେ ଧର୍ମପରାୟଣ, ପରୋପକାରୀ, ଉଚ୍ଚଭିଲାଷୀ, ସାହାସୀ ଯୁବକ ଥିଲେ । ତାଙ୍କ ପରଲୋକରେ ତାଙ୍କ ଧର୍ମପତ୍ନୀ ସୁରଭି ଭୋଇ, ଏକମାତ୍ର ଝିଅ ପ୍ରାଞ୍ଜଳ ଓ ତାଙ୍କ ବାପା, ଭାଇଭାଉଜ, ଭଉଣୀ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ସେ ବିଶିଷ୍ଟ ଚାଷୀ ନେତା ତୁଲାରାମ ଭୋଇଙ୍କ କନିଷ୍ଠ ପୁତ୍ର ଅଟନ୍ତି ଓ ସାମ୍ବାଦିକ ବଂଶୀଧର ନାୟକଙ୍କ ଭଣଜା ଅଟନ୍ତି । ତାଙ୍କ ଦୁଃଖଦ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.