oum

ମୁରିବାହାଲ ବ୍ଲକ ତୈଳିକ ସାହୁ ସମାଜ ସଭାପତି ଗୟାଧର ସାହୁଙ୍କ ପରଲୋକ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୈଳିକ ସାହୁ ସମାଜର ବ୍ଲକ କମିଟି ସଭାପତି ତଥା ମୁରିବାହାଲ ବ୍ଲକ କାର୍ଯ୍ୟାଳୟର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୟାଧର ସାହୁଙ୍କ ୭୫ବର୍ଷ ବୟସରେ ତାଙ୍କ ପତ୍ରାପାଲି(କ)ପଞ୍ଚାୟତ ମଖାପାଲି ଗ୍ରାମସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁଅ ବିଷ୍ଣୁପ୍ରସାଦ, ରାମପ୍ରସାଦ ଓ ବିଜୟ ତଥା ତିନି ବୋହୂ ବୀଣାପାଣି, ପ୍ରତିମା ଓ ଝରଣାଙ୍କ ସହ ସମସ୍ତ ନାତିନାତୁଣୀ, ପରିବାର ଆତ୍ମୀୟସ୍ୱଜନ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ସେ ୦୧.୦୧.୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ସୋମବାର ସନ୍ଧ୍ୟା ୬ଟାରେ ତାଙ୍କ ପରଲୋକ ଘଟିଛି । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରି ଅନ୍ତେଷ୍ଟିକ୍ରିୟାରେ ସାମିଲ୍ ହୋଇଥିଲେ । ସେ ଜଣେ ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତିଭାବେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡପୁଅ ବିଷ୍ଣୁପ୍ରସାଦ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.