om academy

ବିରୁଳିଗଡ଼ର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓଙ୍କ ପରଲୋକ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିରୁଳିଗଡ଼ ରାଜବଂଶର ୨୬ତମ ପୀଢ଼ିର ରାଜମାତା ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ଶନିବାର ପ୍ରତ୍ୟୁଷରେ ବିରୁଳିଗଡ଼ ରାଜବାଟିରେ ପରଲୋକ ହୋଇଯାଇଛି । ସେ ଶାରୀରିକ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟ ଜନିତ କାରଣରେ ତାହାଙ୍କ ପରଲୋକ ହୋଇଯାଇଛି । ଶନିବାର ଅପରାହ୍ନରେ ରାଜ-ଶ୍ମଶାନରେ ତାଙ୍କର ଆନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଯାଇଛି । ବିରୁଳିଗଡ଼ ରାଜା ମହେନ୍ଦ୍ର ବିକ୍ରମ ସିଂହଦେଓ, ରାମଚନ୍ଦ୍ର, ସିଂହଦେଓ, ବିଷ୍ଣୁ ପ୍ରସାଦ ସିଂହଦେଓ, ଚନ୍ଦ୍ର ମୌଳି ସିଂହଦେଓଙ୍କ ସମେତ ପୁତ୍ର, ବଧୂ ଓ କନ୍ୟା, ନାତିନାତୁଣୀ ତଥା ରାଜପରିବାରର ସଦସ୍ୟ, ସମ୍ପର୍କୀୟଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ତାହାଙ୍କ ମର ଶରୀର ଉପରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜମାତା ପ୍ରେମ ମଞ୍ଜରୀ ଜଣେ ସ୍ୱାଧୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର୍ ଛାୟା ଖେଳିଯାଇଛି । ପ୍ରକାଶ ଥାଉ କି, ଓଡ଼ିଶାର ପ୍ରମୁଖ ଗଡ଼ଜାତ ରାଜ୍ୟ ଭାବେ ଇତିହାସରେ ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗଡ଼ଜାତ ରାଜ୍ୟ ଭାବେ ବିରୁଳିଗଡ଼ ରାଜ୍ୟ ଅଦ୍ୟାବଧି ପରିଚିତ ଅଛି । ରମ୍ଭା ସହରର (ଚିଲିକା କୂଳ) ଠାରୁ ମାତ୍ର ୭କିମି ଦୂରରେ ବିରୁଳିଗଡ଼ ରଜ୍ୟର ରାଜଧାନୀର ଅବଶେଷ ଅଂଶ ପଡ଼ିରହିଛି । ଯାହା ଏବେ ବି ତାହାର ମୂକସାକ୍ଷୀ ହୋଇ ରହିଛି । ଏହି ରାଜ ପରିବାରର ବଂଶାବଳୀ ଓ ରାଜତ୍ଵ ଖ୍ରୀଷ୍ଟାବ୍ଦ ୯୨୭ରୁ ଆରମ୍ଭ ହୋଇଥିବା କୁହାଯାଏ । ପ୍ରାୟତଃ ଏହି ରାଜ ବଂଶାବଳୀର ୨୬ତମ ପୀଢ଼ି କୁହାଯାଉଥିବା ସ୍ୱର୍ଗତ ବ୍ରଜମୋହନ୍ ସିଂହଦେଓ ଗତ ୧୯୮୭ରେ ସ୍ଵର୍ଗାରୋହଣ କରିବା ପରେ ଅଦ୍ୟାବଧି ବିରୁଳିଗଡ଼ ରାଜା ମହେନ୍ଦ୍ର ବିକ୍ରମ ସିଂହଦେଓ ରାଜକାର୍ଯ୍ୟ ଦାୟିତ୍ଵରେ ଅଛନ୍ତି, ଯାହା ସର୍ବସାଧାରଣରେ ଏକ ପରିଚୟ ସୃଷ୍ଟି କରିଛି ।

Leave A Reply

Your email address will not be published.