କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁରଙ୍କ ପରଲୋକ

କେନ୍ଦୁଝର : କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ । ଆଜି ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜସାହି ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ବୟସାଧିକ୍ୟ କାରଣରୁ ସେ ମଧୁମେହ, ରକ୍ତଚାପ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିଲେ । ୨ ତାରିଖ ସକାଳେ ସମାଜସେବୀ ଏଆର୍‌ ଖାନ୍‌ଙ୍କ ତତ୍ୱାବଧାନରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଭୋର ୪.୪୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Leave A Reply

Your email address will not be published.