jayashree

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅତୁଲ୍ୟ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ନିବାସୀ ତଥା ସ୍ଵର୍ଗତ ସାମ୍ବାଦିକ ହୃଦାନନ୍ଦ ନନ୍ଦଙ୍କ ଧର୍ମପତ୍ନୀ ଶ୍ରୀମତୀ ଅତୁଲ୍ୟ ଦାସଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବହୁଦିନ ଧରି କିଡ଼ନୀ ରୋଗରେ ସେ ଅସୁସ୍ଥ ଥିଲେ । ସେ ଦୀର୍ଘ ଦିନ ଧରି ଟିକ୍ରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ଦାନ କରିବା ସହ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ମାନସ ରଞ୍ଜନ ନନ୍ଦ (ବାଦଲ), ପୁତ୍ରବଧୂ ସ୍ମିତାମୟୀ ପୁରୋହିତ, ସାନପୁଅ ଆକାଶ ନନ୍ଦ, ନାତି ଆୟୁଷ୍ମାନ ନନ୍ଦ, ଦିଅର ସଦାନନ୍ଦ ନନ୍ଦଙ୍କ ସହିତ ପରିବାରର ସମସ୍ତ ବନ୍ଧୁ ବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ । ତାଙ୍କୁ ବଡ ପୁଅ ମାନସ ରଞ୍ଜନ ନନ୍ଦ (ବାଦଲ) ମୁଖାଗ୍ନି ଦେଇଥିଲେ । ତାଙ୍କ ଅନ୍ତିମ ସଂସ୍କାର ବିଭୂତି ପଡା ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.