ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମର ଆଦର୍ଶ ଶିକ୍ଷକ ବାସୁଦେବ ଭୋଇଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଶ୍ୱାସ ଓ ହୃଦ୍ଜନିତ ସମସ୍ୟାରେ ପୀଡିତ ଥିଲେ । ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷକତା ପରେ ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ । ସେ ନିଜ ଚାକିରି କାଳ ମଧ୍ୟରେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ଅନେକ ଆଦର୍ଶ ଛାତ୍ର ଗଠନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, ପାଞ୍ଚବର୍ଷର ଶିଶୁପୁତ୍ର, ବଡ଼ ଭାଇ, ଭାଉଜ, ଝିଆରୀ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଶବାଧାରରେ ଶତାଧିକ ଲୋକ ଯାଇ ଗଜବନ୍ଧ ଗାଁର ଶ୍ମଶାନରେ ଶବଦାହ କରିଥିଲେ । ବଡ଼ ଭାଇ ଉଲୁଣ୍ଡା ଏବିଇଓ ମୁକେଶ ଭୋଇ ମୁଖାଗ୍ନି ଦେଇଥିଲେ । ଫକୀର ଚରଣ ଭୋଇ, ଟଙ୍କଧର ଭୋଇ, ହେମସାଗର କାଲସାଏ, ଶଙ୍କର ପ୍ରସାଦ ଭୋଇ, ରାମଗୋପାଳ ଭୋଇ, କୈଳାସ ଚନ୍ଦ୍ର ରଣା, ସୁଧାଂସୁ ପୁରୋହିତ, ନରେନ୍ଦ୍ର ପୁରୋହିତ, ଦିଲ୍ଲୀପ ପଧାନ, ଉମେଶ ସେନାପତି, ସୁବୋଧ ସାହୁ ଓ ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ଅଂଚଳର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।