oom

ବାରପୁଡୁଗିଆ ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମର ଗଉଁନ୍ତିଆ ଯଜ୍ଞେଶ୍ଵର ସାଏଙ୍କ ୮୦ ବର୍ଷ ବୟସରେ ସ୍ୱରାଜ ହସପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ ନୂଆଦେଇ ସାଏଙ୍କ ସହ ତିନି ପୁତ୍ର ନୃପରାଜ, ବିଶ୍ୱରାଜ, ଇଂ. ବିଘ୍ନରାଜ ଏବଂ ଏକମାତ୍ର ଝିଅ ମମତା ଉପସ୍ଥିତ ଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ, ଧର୍ମପରାୟଣ, ମିଷ୍ଟଭାଷୀ ଏବଂ ଭଲ ଚାଷୀ ଭାବରେ ଅଂଚଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ମୃତ୍ୟୁ ଖବରରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ବିଧାୟକ ନରସିଂହ ମିଶ୍ର ଜଣେ ଭଲ ବନ୍ଧୁଙ୍କୁ ହରାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଏବଂ ଶୋକାକୂଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଇଂ. ବେଲାରସେନ ଭୋଇ, ଜଗଦାନନ୍ଦ ଛୁରିଆ, ଲୋକନାଥ କୁମୁରା, ଦିଗାମ୍ବର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅନ୍ତେଷ୍ଟିକ୍ରିୟାରେ ଜୟକୃଷ୍ଣ ମିଶ୍ର, ଗୌତମ ମହଲା, ଚୈତନ୍ୟ ସା, ମଦନ ସାହୁ, ରମେଶ ମହଲା, ଭରତ ବରିହା, ସଦାନନ୍ଦ ମହଲା, ମଙ୍ଗଲୁ ସା, ସୁରେଶ, ପିଙ୍କୁ, ଅଚ୍ୟୁତ, ସୁନ୍ଦର, ଲବ, ପାଣ୍ଡବ, ଧୋବା ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.