ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ବ୍ଲକ ଜୁରିଆ ଗ୍ରାମର ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତି ରାଜନ ମେହେରଙ୍କର ୯୫ ବର୍ଷ ବୟସରେ ପରଲୋକ ଘଟିଛି । ସ୍ୱର୍ଗତ ରାଜନ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ଶୁକ୍ରବାର ରାତ୍ରି ଚାରି ଘଣ୍ଟା ତିରିଶି ମିନିଟ୍ ସମୟରେ ଜୁରିଆ ସ୍ଥିତ ନିଜ ବାସ ଭବନରେ ଦେହତ୍ୟାଗ କରିଥିଲେ । ରାଜନଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ବୋହୂ, ନାତି ନାତୁଣୀ ସମେତ ପରିବାର ଏବଂ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସ୍ଵର୍ଗତ ରାଜନ ଜଣେ ପରୋପକାରୀ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ ରାଜନଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଗ୍ରାମର ଶ୍ମଶାନରେ ରାଜନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ କିଶୋର କୁମାର ମେହେର, ଭକ୍ତବନ୍ଧୁ ମେହେର, ବାବାଜୀ ମେହେର, ଜିବର୍ଦ୍ଧନ ମେହେର, ଜୟନ୍ତପାଲ ମେହେର, ଗୋପାଳ ମେହେର, ହରେକୃଷ୍ଣ ମେହେର, ସରତ, ନନ୍ଦୁ ମେହେର ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି ।