ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସ୍ ଲାଇନର ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତ କିଛି ବର୍ଷ ହେଲା ସେ ହୃଦରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ସକାଳୁ ନିତ୍ୟକର୍ମ ଶେଷ ପରେ ଶରୀରରେ ଅସୁସ୍ଥତା ଅନୁଭବ କରିଥିଲେ । ଶେଷରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସୁରୁ, ଝିଅ କଳ୍ପନା ଗଡ଼ତ୍ୟା, କଲ୍ୟାଣୀ ପଧାନ, ଜ୍ୱାଇଁ ଟିକେଶ୍ୱର ଗଡ଼ତ୍ୟା, ପୁଅ ପ୍ରଶାନ୍ତ, ଶୁଶାନ୍ତ, ଦୁଇ ବୋହୂ, ନାତି, ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ଥାନୀୟ ଆରଟିଓ ଅଫିସ ନିକଟସ୍ଥ ଶଶ୍ମାନରେ ପରମ୍ପରା ଅନୁଯାୟୀ ଦାହ ସଂସ୍କାର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବିଶ୍ୱାଲ ଜିଲ୍ଲା ଜଳ ଓ ପରିମଳ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ । ସେ ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଅନ୍ତର୍ଗତ ଠାକୁରପାଲି ଗାଁର ମୂଳ ବାସିନ୍ଦା । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.