କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡାର ସୁଜିତ ପୁଟେଲ(୩୦)ଙ୍କ ଅକାଳ ବିୟୋଗ ଘଟିଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଦିନ ଖଡିଆଳରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ସୁଜିତ ଅସୁସ୍ଥ ହୋଇଥିଲେ । ଖଡିଆଳ ମିଶନ ହସ୍ପିଟାଲ୍ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗିର ଓ ପରେ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା । ସୋମବାର ସନ୍ଧ୍ୟା ୫ଟା ସମୟରେ ତାଙ୍କ ଦେହାନ୍ତ ହୋଇଥିଲା । ସ୍ୱର୍ଗତ ପୁଟେଲ ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲଙ୍କ ସାନଭାଇ । ଏହି ଖବର ପ୍ରସାରିତ ହେବା ପରେ ବଙ୍ଗୋମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।