ଭୁବନେଶ୍ୱର : ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ସକାଳୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଯାଇଥିବା ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବ୍ରଜରାଜନଗରର ଗାନ୍ଧୀଛକରେ ସେ ଓହ୍ଲାଇବା ସମୟରେ ସମସ୍ତ ପ୍ରକାରର ସୁରକ୍ଷା ବଳୟକୁ ଭେଦକରି ଏଏସ୍ଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କ ଉପରେ ଗୁଳିମାଡ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଝାରସୁଗୁଡା ହସ୍ପିଟାଲକୁ ନିଆଯାଇଥିଲା ପରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହସ୍ପିଟାଲରେ ଉପସ୍ଥିତ ରହି ତଦାରଖ କରିଥିଲେ । କିନ୍ତୁ ବ୍ୟର୍ଥ ହେଲା ସମସ୍ତ ପ୍ରଚେଷ୍ଠା । ଭଗବାନଙ୍କ ପାଖରେ ହଜାର ହଜାର ସମର୍ଥକ ଓ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା ମଧ୍ୟ ଫେଲ୍ ମାରିଲା । ଶେଷରେ ଆଖି ବୁଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏଠାରେ ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସ ଓଡିଶାରେ ଜଣେ ଟାଣୁଆ ନେତା ଭାବରେ ବେଶ୍ ପରିଚୟ ଅର୍ଜନ କରିଥିଲେ ତାଙ୍କ ଶକ୍ତି ଓ ସାମର୍ଥରେ ଝାରସୁଗୁଡାରେ ଖୁବ୍ ବଳିଷ୍ଠ ହୋଇପାରିଥିଲା ବିଜେଡି ଦଳ ତାଙ୍କ ଆକଷ୍ମିକ ବିୟୋଗ ସାରା ଓଡିଶାରେ ଅଶୃଳ ପରିବେଶ ସୃଷ୍ଟି କରିଛି ।
Prev Post