ଛତ୍ରପୁରର ଜଣେ ସଫଳ ମହିଳା କ୍ଷୁଦ୍ର ବ୍ୟବସାୟୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଜଣେ ସଫଳ ମହିଳା କ୍ଷୁଦ୍ର ବ୍ୟବସାୟୀଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ ମହିଳାଙ୍କ ନାମ ବେବୀ ସେନାପତି(୪୮) । ସେ ତାଙ୍କ ସ୍ୱାମୀ ଟୁଟୁ ସେନାପତିଙ୍କ ସହଯୋଗରେ ଛତ୍ରପୁର ମ୍ୟାନ୍‌ ରୋଡ଼, ରିକାପଲ୍ଲୀ ସ୍କୁଲ ସାମ୍ନାରେ ଥିବା ନିଜ ଘର ଦାଣ୍ଡରେ ଏକ ଚା’ଦୋକାନ କରି ଖୁସିରେ ଚଳୁଥିଲେ । ସବୁଦିନ ଭଳି ଚା’ ଦୋକାନ ଖୋଲି ଚା’ ବିକ୍ରି କରୁଥିବା ବେଳେ ଗତ ଗୁରୁବାର ଦିନ ଅପରାହ୍ନ ବେଳେ ସେ ମୁଣ୍ଡ ବୁଲେଇ ପଡ଼ିଯାଇଥିଲେ । ସେଠାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ପରୋପକାରୀ ଓ ଭାରୀ ବିଶ୍ୱାସୀ ଏବଂ ମେଳାପୀ ମହିଳା ଥିଲେ । ତାହାଙ୍କ ପରଲୋକରେ ଏହି ଅଞ୍ଚଳରେ ଶୋକବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.