oom

ଅବସରପ୍ରାପ୍ତ ଡାକ କର୍ମଚାରୀ ବିଦ୍ୟାଧର ଧରୁଆଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍ଏସ) : ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଳତାଯୋର ପଞ୍ଚାୟତର ନୂଆପାଲି ଗ୍ରାମର ବିଦ୍ୟାଧର ଧରୁଆଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଅଛି ।ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ, ଧର୍ମ ପରାୟଣ ଓ ଉଦାର ପ୍ରକୃତିର ବ୍ୟକ୍ତି ଥିଲେ । ସେ ଅସ୍ଥାୟୀ ଡାକ କର୍ମଚାରୀରୁ ଅବସର ନେବା ପରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ସକାଶେ ତାଙ୍କର ଗ୍ରାମରେ ହାଇସ୍କୁଲ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ହାଇସ୍କୁଲର ଆଜୀବନ ସଦସ୍ୟ ରହିଥିଲେ । ସେ ଆୟୁର୍ବେଦ ଔଷଧରେ ଗରିବ ରୋଗୀମାନଙ୍କର ଚିକିତ୍ସା ମାଗଣାରେ କରୁଥିଲେ । ପରେ ସେ ରାମାନନ୍ଦିଧର୍ମରେ ଦିକ୍ଷୀତ ହୋଇ ବାବା ବିଭୁତି ଭୂଷଣ ନାମରେ ପରିଚିତ ଥିଲେ । ସେ ବଲାଙ୍ଗିର ପଞ୍ଚମୁଖୀ ହନୁମାନ ମନ୍ଦିର, କଅଁଗା ଲାଲା ମଠ ଓ ଭୀମପାହାଡ ମଠରେ ରହି ପ୍ରଭୁ ସେବା କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅନେକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଆସି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ତାଙ୍କର ମୃତ୍ୟୁରେ କଣ୍ଟାମାଳର ବିଧାୟକ ମହିଧର ରଣା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏକମାତ୍ର ପୁତ୍ର ରୁଦ୍ରଶଙ୍କର ମୁଖାଗ୍ନି ଦେଇଥିଲେ । ନୂଆପାଲି ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଗଣ ଓ ଛାତ୍ର ଛାତ୍ରୀଙ୍କ ତରଫରୁ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କର ସୂତିଚାରଣ କରି ତାଙ୍କ ଉଦ୍ଦେଶ୍ୟରେ ସ୍କୁଲରେ ପାଠପଢାକୁ ଅଧାରେ ବନ୍ଦ ରଖାଯାଇଥିଲା । ତାଙ୍କର ମୃତ ଖବର ପାଇ ବାବା ନିତ୍ୟାନନ୍ଦ ଦାସ, ବାବା ସୁଦର୍ଶନ ଦାସ, ବାବା ଜଗନ୍ନାଥ ଦାସ, ବାବା ହନୁମାନ ଦାସ, ବାବା ମଗଂଳ ଦାସ, ବାବା ଭରତ ଦାସ, ବାବା ଦୁର୍ଳବ ଦାସ, ବାବା ମହେଶ ଦାସ ପ୍ରମୁଖ ସାଧୁ ଶୋକ ବ୍ୟକ୍ତ କରି ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.