ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ବର ପଟେଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍ଏସ) : ଘଷିଏନ୍‌ ସ୍ୱରାଜ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ବର ପଟେଲଙ୍କ ୭୯ ବର୍ଷ ବୟସରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଗରିବ ଛାତ୍ରମାନଙ୍କୁ ନିଜ ଦରମାରୁ ଟଙ୍କା, ବହି ଓ ପୋଷାକ ଦେଇ ପାଠ ପଢିବାକୁ ପ୍ରେରଣା ଦେଉଥିଲେ । ଅବସର ପରେ ସେ ତାଙ୍କ ନିଜ ଗାଁ ଡଂଗରମୁଣ୍ଡାରେ ରହି ଆସୁଥିଲେ । ତାଙ୍କ ପଛରେ ତାଙ୍କ ସହଧର୍ମିଣୀ ଓ ଚାରୋଟି ଝିଅ ଅନିତା, ରଞିତା, ନମିତା ଓ ସୁନିତାଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଛାତ୍ର ରାଜ୍ୟସଭା ସଦସ୍ୟ ଶ୍ରୀ ନିରଞ୍ଜନ ବିଶି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କରମ ସିଂ ସରାଫ, ନିର୍ବାହି ଯନ୍ତ୍ରୀ ନିର୍ବିଘ୍ନ ଭୋଇ, ଆଡଭୋକେଟ ହେମନ୍ତ କୁମାର ସା, ସୌକିଲାଲ ସାହୁ, ବିଜୟ ଯୋଗେଶ୍ଵର ସାହୁ, ରାମେଶ୍ଵର ପଧାନ, ଧରମ ସିଂ ସରାଫ ପ୍ରମୁଖ ପୁରାତନ ଛାତ୍ର ଶୋକବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.