oom

ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତିଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ନିବାସୀ ତଥା ଭାରତୀୟ ସେନାର ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତି (୮୩)ଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଭାରତୀୟ ସେନାରେ ସେବା କଲା ପରେ ତାଙ୍କ ପରିବାର ସହିତ ରହୁଥିଲେ । ଦୀର୍ଘ ଦିନରୁ ସେ ସ୍ୱାସ୍ଥ୍ୟଜନିତ କାରଣରୁ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ପୂର୍ବତନ ସୈନିକ ସଂଘର ସଂପାଦକ ତଥା ସଦସ୍ୟମାନେ ତାଙ୍କ ବାସ ଭବନକୁ ଯାଇ ତାଙ୍କ ଶରୀରରେ ତ୍ରିରଙ୍ଗା ପତାକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଚିତ୍ରରେଖା, ପୁଅ ଜୟନ୍ତ, ଜିତେନ୍ଦ୍ର ଝିଅ ଜ୍ୟୋସ୍ନା, ଭାଇ ହରେକୃଷ୍ଣ, ଭରତ, ଭଗବାନ ବଗର୍ତ୍ତି ଉପସ୍ଥିତ ଥିଲେ । ପୂର୍ବତନ ସୈନିକ ସଂଘର ସଂପାଦକ ସ୍ୱର୍ଗତ ବଗର୍ତ୍ତିଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଦେବା ସଂଗେ ସଂଗେ ବରିଷ୍ଠ ସମାଜସେବୀ ବକ୍ରମାନନ୍ଦ ବହିଦାର, ଭଗବାନ ବଗର୍ତ୍ତି, ବୀରେନ୍ଦ୍ର ବନ୍‌ଛୋର ସ୍ମୃତି ଚାରଣ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଭାରତ ମାତା କି ଜୟ । ରାଧେଶ୍ୟାମ ବଗର୍ତ୍ତି ଅମର ରହେ, ଜୟ ଜବାନ ଜୟ କିଷାନ ନାରା ଦେଇ ପୂର୍ବତନ ସୈନିକ ମାନେ ସ୍ୱର୍ଗତ ବଗର୍ତ୍ତିଙ୍କୁ ଶେଷ ବିଦାୟ ଦେଇଥିଲେ । ବଲାଙ୍ଗିରର ଗଣ୍ୟମାନ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗଦେଇ ଶେଷ ଦର୍ଶନ କରିଥିଲେ । ଶବାଧାରରେ ପୂର୍ବତନ ସୈନିକ ସର୍ବେରାମ ପଟେଲ, ମହେନ୍ଦ୍ର ପଣ୍ଡା, ଘାସିରାମ ବେହେରା, ରାଜେନ୍ଦ୍ର ଶବର, ଶଙ୍କର ଯୁଏଡ, କୃଷ୍ଣଚନ୍ଦ୍ର ପରମଗୁରୁ, ଭୈରବ ମିଶ୍ର, ପ୍ରମୋଦ ବାବୁ, ବିବେକ ଭୋଇ, କେଦାରନାଥ ନାମଦେବ ଉପସ୍ଥିତ ଥିବା ବେଳେ ଗିରିଧାରି ବନ୍‌ଛୋର କାଉନସିଲର ମହେନ୍ଦ୍ର ବାଗ୍‌, ସୁରେନ୍ଦ୍ର, ରାଜେନ୍ଦ୍ର ପାଣି, ପ୍ରଦୀପ ସାହୁ, ସନ୍ତକ ବହିଦାର, ହରେନ୍ଦ୍ର ପଟ୍ଟନାୟକ, ମହେଶ ନିଆଲ, ରାଜେଶ ଅଗ୍ରୱାଲ, ବିପିନ ପିତ୍ରୋଡା, ପ୍ରିୟରଞ୍ଜନ ପାଣ୍ଡିଆ, ମଙ୍ଗତୁ ଗୁପ୍ତା, ଜୟ ନାରାୟଣ ଗୁପ୍ତା, ବିଶ୍ୱଜିତ ସାହୁ, ଡାକ୍ତର ଆଶିଷ ଦାନୀ ମଧ୍ୟ ଶବାଧାରରେ ଉପସ୍ଥିତ ଥିଲେ । ବ୍ରହ୍ମଣପଡା ଶ୍ମଶାନରେ ତାଙ୍କ ବଡପୁଅ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.