ହୃଦଘାତରେ ଚାଲିଗଲେ ସରୋଜ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଜେପି ଉପ ସଭାପତି ଟିକ୍ରାପଡା ନିବାସୀ ସରୋଜ ତ୍ରିପାଠୀ(୫୮)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଅସୁସ୍ଥତା କାରଣରୁ ବଲାଙ୍ଗିର ବଡ ଡାକ୍ତରଖାନାରେ ଏଡମିଟ ହୋଇଥିଲେ । ତେବେ ଆଜି ତାଙ୍କୁ ବରଗଡ ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.