centurian jitm

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧର୍ମ ପରାୟଣ ବ୍ୟକ୍ତି ତଥା ବିଶିଷ୍ଟ ପୂଜକ ଶିବଚରଣ ପାଢ଼ୀଙ୍କର ୯୬ ବର୍ଷ ବୟସରେ ୩ ତାରିଖ ସନ୍ଧ୍ୟା ସମୟରେ ପରଲୋକ ହୋଇଯାଇଛି । ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମୂଳ ନିବାସୀ ଶିବଚରଣ ପାଢ଼ୀଙ୍କର ବଲାଙ୍ଗିର ସ୍ଥିତ ରୁଗୁଡ଼ିପଡା ବାସଭବନରେ ପରଲୋକ ଘଟିଛି । ସେ ଜଣେ ବିଶିଷ୍ଟ ପୂଜକ ଭାବରେ ନିଜ ଅଞ୍ଚଳରେ ସୁପରିଚିତ ଥିଲେ । ସେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ । ରାଣୀସର୍ଡା ଗ୍ରାମର ପ୍ରାକ୍ତନ ଏମ୍‌ଇ ସ୍କୁଲର ମେନେଜିଙ୍ଗ କମିଟିର ସେକ୍ରେଟାରୀ ଥିଲେ । ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ସମ୍ପର୍କୀୟ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ବଡ ପୁଅ ତଥା ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜ ଅଫିସର ରଘୁନାଥ ପାଢ଼ୀ ମୁଖାଗ୍ନି ଦେଇଥଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.