ହାସ୍ୟ କବି ଶରତ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାରପୁଡଗିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ତଥା ବଲାଙ୍ଗିର ଶାନ୍ତିପଡା ନିବାସୀ ବ୍ୟଙ୍ଗ କବି ଶରତ ମିଶ୍ରଙ୍କ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ହୃଦ୍‌ରୋଗ ଏବଂ ଲିଭର ଜନିତ ରୋଗରେ ବହୁଦିନ ହେଲା ଆକ୍ରାନ୍ତ ଥିଲେ । ଗତକାଲି ସଂଧ୍ୟା ସମୟରେ ଏମସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଥିଲେ ଜଣେ ମିଷ୍ଟଭାଷୀ, ଲୋକଙ୍କ ମନୋରଞ୍ଜନ କରି କଥା କଥାରେ ସାଧାରଣ ଲୋକଙ୍କ ମନ କିଣୁଥିଲେ । ସେ ଶିକ୍ଷା ବିଭାଗରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ହାସ୍ୟ କବି ଭାବରେ ପଶ୍ଚିମ ଓଡିଶାରେ ସୁନାମ ଅର୍ଜନ କରିଥିଲେ । ବିଭିନ୍ନ ମଞ୍ଚରେ ହାସ୍ୟ କବିତା କହି ଶ୍ରୋତାଙ୍କୁ ହସେଇ ହସେଇ ବେଦମ କରୁଥିଲେ । ହେଲେ ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଗଲେ । ଏ ଖବର ପାଇ ବଲାଙ୍ଗିର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଯେ, ତାଙ୍କ ପତ୍ନୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

Leave A Reply

Your email address will not be published.