ppurohit

ସହରର ବିଶିଷ୍ଟ ବ୍ୟବସାୟୀ ଇନ୍ଦ୍ରମଣି ବରେଇଙ୍କ ପରଲୋକ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଶିଷ୍ଟ ସୁନା ବ୍ୟବସାୟୀ ଇନ୍ଦ୍ରମଣି ବରେଇଙ୍କ ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ରାସ୍ତା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହେଉଥିଲା । ଏହି ଖବର ପ୍ରଚାର ହେବାପରେ ପରିବାର, ଆତ୍ମୀୟ ସ୍ୱଜନ, ସହରର ବ୍ୟବସାୟୀ ତଥା ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁଅ ନିରଞ୍ଜନ, ଗୋପାଳ, ଝିଅ ଦମୟନ୍ତୀ, ସୂର୍ଯ୍ୟକାନ୍ତି, ରେଣୁକା, ଯଶୋବନ୍ତି, ନାତି ଅମିତ, ସନ୍ଦୀପ, ସୁଜିତ, ଅଣନାତି ପ୍ରତୀକ ଓ ପ୍ରଣୀତ ଉପସ୍ଥିତ ଥିଲେ । ସ୍ୱର୍ଗତ ବରେଇଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସହରର ବିଶିଷ୍ଟ ଆଇନଜୀବୀ ବାଳକୃଷ୍ଣ ନନ୍ଦ, କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କ ସମେତ ବ୍ୟବସାୟୀ ସଂଘ, ରାଧାରାଣୀପଡ଼ା ପୂଜାକମିଟି, ଦୁର୍ଗାମନ୍ଦିର ପୂଜା କମିଟି, ନଟରାଜ କଳା ପରିଷଦ ସମେତ ସହରର ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ସ୍ୱର୍ଗତ ବରେଇଙ୍କ ଦାହ ସଂସ୍କାର କରାଯାଇଥିଲା । ବଡ଼ପୁଅ ନିରଞ୍ଜନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.