ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ରାତିରେ ହୋଟେଲ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଶର୍ମା ସହରର ଏଡିବି ବ୍ୟାଙ୍କ ନିକଟସ୍ଥ ଜଣାଶୁଣା ଶର୍ମା ହୋଟେଲ ମାଲିକ ଥିଲେ । ବିଗତ କିଛି ସମୟ ହେବ ସେ ଶଯ୍ୟାଶାୟୀ ଥିବା ବେଳେ ଗତକାଲି ଭୀମ ଭୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ହେଉଥିବା ବେଳେ ଅନ୍ତିମ ସମୟରେ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ତେଲିଗୋଠପଡା ବାସଭବନକୁ ନିଆଯାଇଥିଲା । ଆଜି ବୁଭୁତିପଡା ଶ୍ମଶାନରେ ତାଙ୍କର ଶେଷକ୍ରିୟା ସମ୍ପର୍ଣ୍ଣ କରାଯାଇଥିଲା । ସ୍ୱର୍ଗତ ଶର୍ମାଙ୍କ ବଡ ପୁଅ ସତିଶ ଶର୍ମା ମୁଖାଗ୍ନି ଦେଇଥିଲେ । ବନ୍ଧୁବର୍ଗଙ୍କ ସହିତ ଶତାଧିକ ବ୍ୟବସାୟୀ ଅନ୍ତିମ ଦର୍ଶନ କରିଥିଲେ । ପ୍ରକାଶ ଯେ, ସେ ବଲାଙ୍ଗିର ସାଂସଦ ନୋମିନି ଦୀନେଶ ଶର୍ମାଙ୍କ ଜ୍ୟେଷ୍ଠ ପିତା ଥିଲେ ।

Leave A Reply

Your email address will not be published.