oom

ଧର୍ମ ପରାୟଣା ମହିଳା ସୌରୀ ଦିଶ୍ରୀଙ୍କ ପରଲୋକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ରଣଜିତପୁର (ଭାଙ୍ଗଫୁଟି) ଗ୍ରାମ ଗୌନ୍ତିଆ ମନବୋଧ ଦିଶ୍ରୀଙ୍କ ଧର୍ମପତ୍ନୀ ସୌରୀ ଦିଶ୍ରୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣା ମହିଳା ତଥା ମେଳାପି ମିଷ୍ଠ ଭାଷୀ ଥିଲେ । ସ୍ଵର୍ଗତ ମହିଳା ଜଣଙ୍କ ଗାଁର ଅନେକ ନ୍ୟାୟ ନିଷ୍ପତ୍ତି କରିବା ସହ ଗନ୍ଧମାର୍ଦନ ସୁରକ୍ଷା କମିଟିର ଜଣେ ସଦସ୍ୟା ଥିଲେ । ତାଙ୍କର ମୃତ୍ୟୁ ସମୟରେ ତିନି ପୁଅ ବଡ ପୁଅ କୁମର ମଣି ଦିଶ୍ରୀ, କୌଲାସ ଦିଶ୍ରୀ, ଦୁଇ ଝିଅ, ବୋହୂ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଗ୍ରାମ ଓ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ ସତ୍କାର କରାଯାଇଥିଲା । ତାଙ୍କର ବଡ଼ ପୁଅ ମୁଖାଗ୍ନୀ ଦେଇ ଥିଲେ । ପାଇକମାଲ ବିଜେପି ମଣ୍ଡଳ ସଭାପତି କୌଲାସ ଦିଶ୍ରୀଙ୍କ ମାତା ଅଟନ୍ତି । ସ୍ଵର୍ଗତ ଧର୍ମ ପରାୟଣା ମହିଳାଙ୍କ ବିୟୋଗରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୂର୍ଯ୍ୟୋଧନ ପୁଟା, ସଂପାଦକ ଦୁଃଶାସନ କୁମ୍ଭାର, ସରପଞ୍ଚ ଦିଲିପ ବେହେରା, ରାହାସ ବିହାରି ସାହୁ, ଝସକେତନ ସାହୁ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.